ଦିବ୍ୟାଙ୍ଗଙ୍କୁ ମାକ୍ସ ବଣ୍ଟନ

ବାଲିଆପାଳ, ୧୯।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡ଼ିପି) ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ବଣିଆଡ଼ିହା ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରଭାଇଜର ରମାନାଥ କର ଯୋଗଦେଇ ହାତ ଧୋଇବାର ପ୍ରଣାଳୀ ସମସ୍ତଙ୍କୁ ଶିଖାଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜିଲା ସଂଯୋଜକ ରବିରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବାଲିଆପାଲ ତହସିଲଦାର ଦୀପକ କୁମାର ଦାସ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରିଥିଲେ। ଅନୁଷ୍ଠାନ ତରଫରୁ ପୂର୍ବରୁ ନିଖିରା, କୁମ୍ଭାରୀ, ଦେଭୋଗ, ଘଣ୍ଟୁଆ, ଡୁମିଚକ, ଗୁଆପଡ଼ା, ଶ୍ରୀରାମପୁର, ଲଙ୍ଗଳେଶ୍ୱର ଆଦି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେସି ହାଇସ୍କୁଲର ୧୯୮୪ ବ୍ୟାଚର ଅମିତା ପାତ୍ର ଏବଂ ସୁମନଶ୍ରୀ ସାହୁ ସହାୟତା କରିଥିବା ବେଳେ ଉପଦେଷ୍ଟା ପ୍ରଣବ କୁମାର ସାହୁ, ସୁଶାନ୍ତ ଗିରି, ଗୋପନାରାୟଣ ଜେନା, ପୂର୍ଣ୍ଣଚନ୍ଦ୍ର ଦାସ ଓ ରଥ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।