ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଅଟୋରେ ହୁଣ୍ଡି: ଶହୀଦ ଦିବସରେ ଅଟୋ ଡ୍ରାଇଭର ଟ୍ରଷ୍ଟର ଭିନ୍ନ ପ୍ରୟାସ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ଫେବୃୟାରୀ ୧୪ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଶୁକ୍ରବାର ଏହି ଦିବସ ପାଳନ ଅବସରରେ ଭାରତ ମହାସଂଘ ଅଟୋ ଡ୍ରାଇଭର ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଅସହାୟ ଦିବ୍ୟାଙ୍ଗମାନଙ୍କୁ ସହାୟତା ନିମନ୍ତେ ବିଭିନ୍ନ ଅଟୋରେ ହୁଣ୍ଡି ସ୍ଥାପନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୫ଟି ଅଟୋରେ ଏହି ହୁଣ୍ଡି ସ୍ଥାପନ କରାଯାଇଛି। ଅଟୋରେ ଯାଉଥିବା ଯାତ୍ରୀମାନେ ଯାହା କିଛି ଦାନ ଦେବେ ସେହି ଅର୍ଥକୁ ଅସହାୟ ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରାଯିବ। ଶୁକ୍ରବାର ଆଇ.ଜି ପାର୍କ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅତିରିକ୍ତ ଟ୍ରାଫିକ ଡିସିପି ଡା. କେ.କେ. ପାଣିଗ୍ରାହୀ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ। ଏହି ଅବସରରେ ଜଣେ ଦିବ୍ୟାଙ୍ଗ ଅଟୋଚାଳକଙ୍କୁ ଆଶାବାଡ଼ି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକାଧିକ ଅଟୋ ଚାଳକ ସାମିଲ ହୋଇ ଏଭଳି ମହତ କାର୍ଯ୍ୟକୁ ଆଗେଇ ନେବା ପାଇଁ ଶପଥ ନେଇଥିଲେ।

Share