Categories: ଜାତୀୟ

ଦିବ୍ୟାଙ୍ଗଙ୍କ ଭିଡିଓ ଶେୟାର୍‌ କରି କାନ୍ଦିପକାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୨୪।୯: ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥା’ନ୍ତି। ଅନେକଥର ବିଭିନ୍ନ ସାମାଜିକ ଘଟଣାକୁ ନେଇ ସେ ଫଟୋ କିମ୍ବା ଭିଡିଓ ନିଜ ଟୁଇଟର ଶେୟାର କରୁଥିବା ଦେଖାଯାଏ। ନିକଟରେ ସେ ଏକ ଦିବ୍ୟାଙ୍ଗଙ୍କ ଭିଡିଓ ଶେୟାର କରିଛନ୍ତି। ଏହି ହୃଦୟବିଦାରକ ଭିଡିଓକୁ ଦେଖି ଯେ କେହି ବି ନିଜ କୋହ ସମ୍ବରଣ କରିପାରିବ ନାହିଁ। ଖୋଦ ଆନନ୍ଦ ମହିନ୍ଦ୍ରା ଭିଡିଓକୁ ଦେଖି ମଧ୍ୟ କାନ୍ଦି ପକାଇଥିଲେ। ୧୭ ସେକେଣ୍ଡର ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ଶିଶୁ ହାତ ନ ଥିବାରୁ ଗୋଡରେ ଚାମଚ ଧରି ଖାଉଛନ୍ତି। ଶନିବାର ଏହି ଭିଡିଓକୁ ଶେୟାର କରି ଆନନ୍ଦ ମହିନ୍ଦା ଲେଖିଥିଲେ, ହ୍ବାଟ୍ସଆପ୍‌ରେ ଆସିଥିବା ଏହି ଭିଡିଓ ଦେଖି ନିଜ ଲୁହକୁ ରୋକି ପାରିଲିନି। ଜୀବନରେ ଅନେକ କିଛି ବାଧାବିଘ୍ନ ରହିଛି। ଯାହାକୁ ଏଡାଇ ଆଗାକୁ ବଢିବାକୁ ହିଁ ଜୀବନ କୁହାଯାଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ତାମିଲନାଡୁ ୮୦ ବର୍ଷୀୟ ମହିଳା ଚୁଲିରେ ରୋଷେଇ କରି ୧ ଟଙ୍କାରେ ଇଡଲୀ ଏବଂ ସମ୍ବର ଦେଉଥିବା ଭିଡିଓ ଶେୟାର କରିଥିଲେ। ପରେ ଉକ୍ତ ମହିଳା ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗ୍ୟାସ୍‌ କନେକ୍ସନ୍‌ ଯୋଗାଇ ଦିଆଯାଇଥିଲା।

Share