Categories: ଫୁରସତ

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ଦିନସାରା ହ୍ବିଲ୍‌ ଚେୟାରରେ ବସି ରହିଲେ ୧୦ ବିଧାୟକ

ଓ୍ବାଶିଂଟନ,୫।୩: ହ୍ବିଲ୍‌ ଚେୟାରରେ ବସି ରହି ଦିବ୍ୟାଙ୍ଗଙ୍କ କିଭଳି ଅନୁଭୁତି ହୋଇଥାଏ ତାହା ଜଣାଇବା ପାଇଁ ଆମେରିକାର ଜଣେ ଛାତ୍ର ଏକ ନିଆରା ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଟେନେସି ରାଜ୍ୟର ଲେବନାନ ସହରରେ ବାସ କରୁଥିବା ଅଷ୍ଟମଶ୍ରେଣୀ ଛାତ୍ର ଏଲେକ୍ସ୍‌ ଜନସନ ୧୦ ଜଣ ବିଧାୟକଙ୍କୁ ଦିନସାରା ହ୍ବିଲ ଚେୟାରରେ ବସି ରହିବା ଲାଗି ଚ୍ୟାଲେଞ୍ଜ୍‌ କରିଥିଲେ। ଏହାପରେ ବିଧାୟକମାନେ ଏହାକୁ ସ୍ବୀକାର କରି ଦିନସାରା ହ୍ବିଲଚେୟାରରେ ବସି ରହି ନିଜନିଜର କାମ କରିଛନ୍ତି। ଫେଣ୍ଡଶିପ୍‌ ଖ୍ରୀଷ୍ଟିଆନ୍‌ ସ୍କୁଲରେ ପଢୁଥିବା ଏଲେକ୍ସ୍‌ ଦିବ୍ୟାଙ୍ଗଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇବା ଲାଗି ଏଭଳି କରିଥିବା କହିଛନ୍ତି। ବିଧାୟକମାନେ ଆଗାମୀ ଦିନରେ ଦିବ୍ୟାଙ୍ଗଙ୍କ ଉପଯୋଗୀ ଆଇନ ପ୍ରଣୟନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବା ଆଶା ନେଇ ଏଲେକ୍ସ୍‌ ‘ ସ୍ପେଣ୍ଡ୍‌ ଏ ଡେ ଇନ୍‌ ମାଇଁ ହ୍ବିଲସ୍‌’ ନାମକ ଏହି ଚ୍ୟାଲେଞ୍ଜ୍‌ ଦେଇଥିଲେ। ଆଲେକ୍ସ୍‌ଙ୍କ ୨ ବର୍ଷ ହୋଇଥିବାବେଳେ ସେ ହ୍ବିଲ ଚେୟାରର ବ୍ୟବହାର ଆରମ୍ଭ କରିଥିଲେ।

Share