ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳପଡିଆରେ ମୟୂରଭଞ୍ଜ ଜିଲାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କ ଏକ ଜିଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ପତାକା ଉତ୍ତୋଳନ କରି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଜିଲା କ୍ରୀଡ଼ା ଅଧିକାରୀ ଭୋଜରାଜ ମହାପାତ୍ର, ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ ା
ଜିଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଓ ସାଧାରଣ ବିଦ୍ୟାଳୟର କେତେକ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଜିଲାର ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକ, ଲକ୍ଷ୍ମୀପୋଷି ସ୍ବତନ୍ତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ, କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଉଦ୍‌ଯାପନୀ ସମାରୋହରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକାକୁ ଅବତରଣ କରି କୃତୀ ପ୍ରତିଯୋଗୀମାନଙ୍କୁ ଆର୍ଥତ୍କ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ।