ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ କଲା ପରଶାସନ

ଗଣ୍ଡତୁରୁମ, ୧୩।୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକର ଭିନେ ଭିନେ ଗଁାରେ ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିବାର ପରିଚଏହୀନ ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ ଲାଗି ଗୁରୁବାର ପରଶାସନ ହାତ୍‌ ବଢ଼େଇଛେ। ଇ ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପରିଚଏ ବଲି କିଛି ନାଇଁ, ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନ ଦୁର୍ଜନକୁଁ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ।
ପୂରବର ସୂଚନା ହିସାବେ, ଭେଡେନ ବ୍ଲକ ଚିିଚିଣ୍ଡା ଗଁାର ଦୁର୍ଜନ ନାଇକ(୭୫)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଛୁଆଦିନୁ ମାପ୍‌କେ ହରେଇ ବହେନ୍‌ ମିଞ୍ଜୋ ସଂଗେ ଗଁାଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିଲେ। ବହେନ୍‌ ମିଞ୍ଜୋ ବି ଦିବ୍ୟାଙ୍ଗ ହେଇଥିବାର ଲାଗି ଦୁଇ ଭାଇବହେନ୍‌ ବିହାଚୁରା ନାଇଁ ହେଇ। ଭେଡ଼େନ ବ୍ଲକ ଚିଚିଣ୍ଡା ଦୁର୍ଜନକଁର ଜନମ୍‌ ମାଏଟ୍‌ ହେଇଥିଲେ ବି ଗଁାରେ ଜମିବାଡ଼ି, ସଁପତି ବଲି କିଛି ନାଇଁ। ଏନ୍‌ତା କି ସେ ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିଲେ। ଗଲା ବଛର ବହେନ୍‌ ମିଞ୍ଜୋକେ ହରେଇ ସେ ଏକ୍‌ଲା ହେଇଯାଇଥିଲେ। ଦିନାକେତେ ହେଲା ସେ ସାଲଣା ହରିଜନପଡ଼ାର କମ୍ୟୁନିଟି ସେଣ୍ଟର ବାରନ୍‌ଡାରେ ମୁଡ଼ ଗୁଁଜିଥିଲେ। ତାକର ଦୁରଦଶା ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ପଢ଼ି ବରଗଡ଼ ଜିଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ ଦୁଖ୍‌ ପରକାଶ କରବାର ସଂଗେ ଦୁର୍ଜନକଁର ଥଇଥାନ ଲାଗି ଜିଲା ସାମାଜିକ ସୁରକ୍ଷା ଅଧ୍‌କାରୀ ନବକୃଷ୍ଣ ଦାଶକୁଁ ନିର୍‌ଦେଶ ଦେଇଥିଲେ। ଜିଲାପାଳକଁର ନିରଦେଶରେ ଡିଏସ୍‌ଏସ୍‌ଓ ଆର ଉନିଆ କରମ୍‌ଚାରୀମାନେ ବେଲବୁଡ଼େ ସାଲଣା ଗଁାରେ ପୁହୁଁଚି ଦିବ୍ୟାଙ୍ଗ ବୁରୁଧ ଦୁର୍ଜନକୁଁ ଭେଟିଥିଲେ। ହେଲେ ଦୁର୍ଜନକଁର କାନ୍‌ ନାଇଁ ଶୁଭୁଥିଲାବେଲେ ସେ ଭଏରେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକୁଁ ଖେଦି ଦେଇଥିଲେ। ପଛେ ଦେଶଭଟିଲି ସରପଁଚ୍‌ ଶର୍ମିଷ୍ଠା ସାହୁ ଆର ପଁଚେତ୍‌ କରମ୍‌ଚାରୀ ପୁହୁଁଚି ତାହାକୁ ବୁଝାସୁଝା କଲା ଉତାରୁ ସେ କଥାରେ ରାଜି ହେଇଥିଲେ। ଦୁର୍ଜନକୁଁ ଭେଡ଼େନ ବ୍ଳକ ପଦାନଟିକ୍ରାରେ ଥିବାର ବୃଦ୍ଧାଶ୍ରମ ‘ସେଭ’ରେ ଥଇଥାନ କରାଯାଇଛେ। ଧରିତ୍ରୀ ଖବର କାଗଜରେ ପରକାଶିତ ଖବରକେ ଆଧାର କରି ଆଏଜ୍‌ ପରଶାସନ ଦିବ୍ୟାଙ୍ଗ ବୁରୁଧ୍‌ ଦୁର୍ଜନକୁଁ ଥଇଥାନ କରିପାରିଛେ ବଲି ଡିଏସ୍‌ଏସ୍‌ଓ ସାହୁ କହିଛନ୍‌।