Categories: ଫୁରସତ

ଦିବ୍ୟାଙ୍ଗ ଧୋଇ ଖାଇଲେ ରୁଟି, ଲୋକେ ଦେଖି ହେଲେ ଭାବୁକ

ସାଧାରଣତଃ ଲୋକେ ବଳକା ଖାଦ୍ୟକୁ ଡଷ୍ଟବିନ୍‌ରେ ଫୋପାଡି ଦେଇଥାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣ ଖାଦ୍ୟ ଫୋପାଡିବା ପୂର୍ବରୁ ଥରୁଟିଏ ଚିନ୍ତା କରିବେ ନିଶ୍ଚୟ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭାବବିହ୍ବଳ ଭିଡିଓରେ ଜଣେ ଦିବ୍ୟାଙ୍ଗ ବୃଦ୍ଧ ବ୍ୟକ୍ତି ରୁଟି ଖଣ୍ଡେ ଧୋଇକି ଖାଉଥିବାର ଦେଖାଯାଇଛି। ଏହି ଭିଡିଓଟି ଦେଖିବା ପରେ ଲୋକେ ଭାବୁକ ହୋଇପଡିଛନ୍ତି। ବୃଦ୍ଧ ଜଣଙ୍କ ରୁଟି ଖଣ୍ଡକ କେଉଁଠାରୁ ଗୋଟାଇ ଆଣିଥିଲେ। ତାକୁ ଟ୍ୟାବ୍‌ରେ ଧୋଇ ଖାଉଛନ୍ତି। କୌଣସି ରେଳ ଷ୍ଟେଶନ ପାଖରେ ଭିଡିଓଟି ଶୁଟ୍‌ କରାଯାଇଛି। ଭିଡିଓଟିକୁ ସଚିନ କୌଶିକ୍‌ ନାମକ ଜଣେ ଟୁଇଟର୍‌ ୟୁଜର୍ସ ଶେୟାର କରିନ୍ତି। ଏହାର କ୍ୟାପଶନ୍‌ରେ ସେ ଲେଖିଛନ୍ତି, ଏହା କେବଳ ଭୋକ, କାହାର ପେଟ ପୁରିଯିବା ପରେ ରୁଟି ଫୋପାଡି ଦେଉଛନ୍ତି, ଆଉ ଜଣେ ସେହି ରୁଟିକି ଗୋଟାଇ ଭୋକ ମେଣ୍ଟାଉଛନ୍ତି। ହୃଦୟ ବିଦାରକ ଭିଡିଓ ବୋଲି ସେ କହିଛନ୍ତି।

Share