ଦିବ୍ୟାଙ୍ଗ ନାବାଳିକାଙ୍କୁ ସମ୍ପର୍କୀୟ ମାମୁଙ୍କ ବଳାତ୍କାର ଅଭିଯୋଗ

ନୟାଗଡ଼ ଅଫିସ, ୨୧।୮ : ନୟାଗଡ଼ ଜିଲା ଇଟାଭାଟି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ବୁଧବାର ଇଟାମାଟି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ମାମଲା ଅନୁଯାୟୀ, ନାବାଳିକା ଗତ କିଛି ଦିନ ହେବ ଇଟାମାଟି ଅଞ୍ଚଳରେ ନିଜ ଆଈ ଘରେ ରହୁଥିଲେ। ସୋମବାର ନାବାଳିକାଙ୍କ ସମ୍ପର୍କୀୟ ମାମୁ ତାଙ୍କ ଘରକୁ ଆସିଥିବା ବେଳେ ଏକାକୀ ପାଇ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ପୋଲିସ ତଦନ୍ତ ଚଳାଇଛି।