ଦିବ୍ୟାଙ୍ଗ ପାଇଁ ଉଦ୍ୟୋଗ ବିକାଶ ତାଲିମ

ନୂଆପଡା ଅଫିସ,୨୦ା୯ – ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସି ରୋଜଗାର ବୃଦ୍ଧି କରିବାକୁ ତାଲିମ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହିି ଅବସରରେ ପଶିକ୍ଷିକା ଅନୀତା ପଟେଲ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ରବୀନ କୁମାର ରଥ, ଶିଶିର କୁମାର ପ୍ରଧାନ, ଶେଷରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିିଥିବାବେଳେ ଶେଷ ଦିନରେ ଅତିଥିମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏଥିରେ ୫ଟି ବ୍ଲକର ୩୫ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ।