ଦିବ୍ୟାଙ୍ଗ ପାଦରେ ଆଙ୍କିଲେ ବିଗ୍‌ ବି ଅମିତାଭଙ୍କ ପେଣ୍ଟିଂ: କେବିସିର ସିଜିନ୍‌-୧୨ରେ ହେବେ ଅତିଥି

ମୁମ୍ବାଇ: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦିବ୍ୟାଙ୍ଗ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପେଣ୍ଟିଂ ପାଦରେ ଆଙ୍କିଛନ୍ତି। ଖବର ବିଗ୍‌ ବିଙ୍କ ପାଖରେ ପହଞ୍ଚିବା ପରେ ସେ ଦିବ୍ୟାଙ୍ଗ ଆୟୁଷ କୁଣ୍ଡଲଙ୍କୁ ନିଜ ଘରକୁ ଡକାଇ ତାଙ୍କ ସହିତ ଅଧଘଣ୍ଟାଏ ବିତାଇଛନ୍ତି। ଆୟୁଷଙ୍କ ପେଣ୍ଟିଂକୁ ୫୦ ହଜାର ଟଙ୍କାରେ ବିଗ୍‌ ବି କିଣିଛନ୍ତି। କୌନ୍‌ ବନେଗା କରୋଡ଼ପତି(କେବିସି) ହଟ୍‌ ସିଟ୍‌ରେ ବସିବା ପାଇଁ ଆୟୁଷ ଇଛା ପ୍ରକାଶ କରିବାରୁ ଏନେଇ ବିଗ୍‌ ବି ନିଜର ସହମତି ପ୍ରକାଶ କରିଛନ୍ତି। କେବିସିର ସିଜିନ୍‌-୧୨ରେ ଆୟୁଷ ଅତିଥି ହେବେ ବୋଲି ବିଗ୍‌ ବି କହିଛନ୍ତି। ଆୟୁଷଙ୍କ ଟୁଇଟ୍‌ରେ ନିଜ ଫଟୋ ଦେଖି ବିଗ୍‌ ବି ତାଙ୍କ ପିତା ପୀୟୂଷ କୁଣ୍ଡଲ ଏବଂ ମାତାଙ୍କୁ ମଧ୍ୟ ମୁମ୍ବାଇ ସ୍ଥିତ ଘରକୁ ନିଜ ଖର୍ଚ୍ଚରେ ଡକାଇଥିଲେ। ଫେବୃୟାରୀ ୩ରେ ସେ ଆୟୁଷଙ୍କ ସହିତ ସାକ୍ଷାତ୍‌ କରିଥିଲେ।

Share