ଦିବ୍ୟାଙ୍ଗ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

ଲାଠୋର, ୨୦।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ସଦର ଗଁାର ଗୋବର୍ଦ୍ଧନ ପୁଟେଲକଁର ପୁଓ ଈଶ୍ୱର ପୁଟେଲ(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ଆଏଜ୍‌କେ ୧୨ ବଛର ହେଲା ସେ ଉଚ ଚିକିଛା ଅଭାବୁ ଖଟେ ପଡ଼ି ରହିଥିବାର ପରିବାର ଲୋକ୍‌ କହିଛନ୍‌।
ସୂଚନା ଅନ୍‌ସାରେ ତୁରେକେଲା ଗଁାର ଗୋବର୍ଦ୍ଧନ ପୁଟେଲକଁର ପରିବାର କହେଲେ ମାଏକିନା ବନିତା ଆର ଦୁଇ ପୁଓ ଈଶ୍ୱର, ବିକାଶକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗୋବର୍ଦ୍ଧନ ପରହର କାମ୍‌ବୁତା କରି ଯାହା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘର ଚଲୁଛେ। ଏନ୍‌ତାଥି ବଡ଼ପୁଓ ଈଶ୍ୱର ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଆଏଜ୍‌କେ ତାହାକୁ ୧୨ ବଛର ହେଇଥିଲେ ବି ସେ ଚଲାବୁଲା, ଉଠାବସା କି କଥା କହି ନାଇଁପାରବାର। ସବୁବେଲେ ଖଟେ ପଡ଼ି ରହିଛନ୍‌। ତାକର ଗଧାମଖା, ଖାନାପିନା, ଝାଡ଼ାଝପଟନୁ ସବୁପରକାର ସେବା ଯତନ ମା’ ବନିତା କରୁଛନ୍‌। ଈଶ୍ୱର ରଁଧା ଖାଏଦ୍‌ ଛଡ଼ା ବାକି କେହେନ୍‌ସି ଜିନିଷ ଚାବି କରି ଖାଇ ନାଇଁପାରନ୍‌। ମା’ବାପ୍‌ ପୁଓର ଏନ୍‌ତା ଅବସ୍‌ତା ଦେଖି ସବୁବେଲେ ଚିନ୍‌ତାରେ ରହୁଛନ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଥିଲାବେଲେ ମା’ବାପ୍‌ ଧାର ଉଧାର କରି ଈଶ୍ୱରକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଇଆଡ଼େ ସରକାରୀ ସାହାଯ୍‌ ହିସାବେ ପରିବାରକେ ମାସିକ ୧୫ କେ.ଜି. ଚାଉଲ ଆର ଈଶ୍ୱରକୁଁ ୭ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ। ସେନ୍‌ତା ସାନ୍‌ପୁଓ ବିକାଶକେ ୬ ବଛର ହେଇଥିଲାବେଲେ ବଏସ୍‌ ଅନ୍‌ସାରେ ତାକର ବି ଦିହିପା ନାଇଁ ଲାଗ୍‌ବାର। ଦୁଇ ପୁଓର ଏନ୍‌ତା ଅବସ୍‌ତା ଦେଖି ମା’ବାପ୍‌ ଆଏଁଖ୍‌ରୁ ନିଦ୍‌ ହଜିଯାଇଛେ। ସେମାନେ ପୁଓମାନକର ଭବିଷତ୍‌ ଚିନ୍‌ତାରେ ହରମେଶା ଭାଲି ହେଉଛନ୍‌। ଇଆଡ଼େ ଗୋବର୍ଦ୍ଧନ କୁଲିମଜୁରି କରି ଯେନ୍‌ ଦୁଇପଏସା ରୁଜ୍‌ଗାର କରୁଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ପୁଓର ଉଚ ଚିକିଛା କରେଇ ନାଇଁପାରବାର। ସେନ୍‌ତା ପରିବାରକେ ଆଗ୍‌ରୁ ମାସିକ୍‌ ୨୦ କେ.ଜି. ଚାଉଲ ମିଲୁଥିଲା। ହେଲେ ୬ ମାସ ହେଲା ଦିବ୍ୟାଙ୍ଗ ଈଶ୍ୱରକଁର ଆଧାର କାର୍ଡ ନାଇଁ ହେଇପାରବାର। ଯେନ୍‌ଥିରଲାଗି ପରିବାରକେ ୨୦ କେ.ଜି. ଜାଗାରେ ମାସିକ୍‌ ୧୫ କେ.ଜି. ଚାଉଲ ମିଲୁଛେ। ଏନ୍‌ତା ପରିସ୍ଥିତିରେ ଇ ଦୁଖି ପରିବାର ଉପରେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ଈଶ୍ୱରକୁଁ ଚିକିଛା ସାହାଯ୍‌ ସଂଗେ ନିୟମ ହିସାବେ ଉନିଅଁା ସବୁ ସରକାରୀ ସୁବିଧା ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share