ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍‌। ହେଲେ ତାହାକୁ ମିଲିଥିବାର ଟ୍ରାଇସାଏକେଲଟା ଏହେଦେ ଅଦରବା ହେଇଗଲାନ। ଯେନ୍‌ଥିରଲାଗି ସେ ସ୍କୁଲ ଯିବା ଆଏବାରେ ବଡ଼ଭାରି ସମସିଆର ସାମନା କରୁଛନ୍‌। ହେଲେ ନୂତନ୍‌ ଟ୍ରାଇସାଇକେଲଟେ ପାଏବାର ଲାଗି ତାକର ବାପା ବ୍ଲକର ବିଆରଟିନୁ ମୂଲ କରି ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ଲୋଇସିଂହାର ସ୍ବର୍ଗତ ରାଜେନ୍ଦ୍ର ବେହେରାକଁର ୬ ପୁଓ। ଭାଇମାନକର ଭିତରେ ନନ୍ଦକିଶୋର ହେଉଛନ୍‌ ବଡ଼। ଜାଗାବାଡ଼ି ଅଭାବୁ ସେ ମାଏକିନା ଗୋଲାପୀ ଆର ଗୁଟେ ବଲି ଝି’ ପୁଷ୍ପାଞ୍ଜଳି(ଦିବ୍ୟାଙ୍ଗ)କୁଁ ନେଇ ଭଡ଼ାରେ ରହୁଛନ୍‌। ପେସାରେ ସେ ଝନେ ପାନଦୁକାନୀ। ସେଥ୍‌ରୁ ଯାହା କମାନି ହେଉଛେ ପରିବାର ଚଲବାର ସଂଗେ ଘରଭଡ଼ା ଦେଉଛନ୍‌। ହେଲେ ଦୁଇ ମାଏଝି ମୁନୁଷ ଝି’ ପୁଷ୍ପାଞ୍ଜଳିର ଲାଗି ସବୁବେଲେ ଚିନ୍‌ତାରେ ରହୁଛନ୍‌। ଛୁଆବେଲେ ମା’ବାପ୍‌ ପୁଷ୍ପାଞ୍ଜଳିକେ ଚିକିସତ୍ା ଲାଗି ଓଲଟପୁର ନେଇଥିଲେ। ହେଲେ ଅଭାବ ଅନାଟନ ଲାଗି ସେଠାନେ ରହି ଚିକିସତ୍ା କରାବାର ସମ୍‌ଭବ ନାଇଁହେଲା। ଇଆଡ଼େ ପୁଷ୍ପାଞ୍ଜଳି ଦିବ୍ୟାଙ୍ଗ ହେଲେ ବି ପାଠ୍‌ପଢ଼ାରେ ତାକର ବଡ଼ଭାରି ରୁଚି ରହିଛେ। ସେ ଫିଦିନ୍‌ ସ୍କୁଲ ଯିବାକେ ଅଝଟ କରୁଛନ୍‌। ପଡ଼ାର ସ୍କୁଲରେ ୭ମ ଶ୍ରେଣୀ ତକ୍‌ ପଢ଼ଲା ଉତାରୁ ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଛନ୍‌। ପରଥମ ପଢ଼ୁଥିଲାବେଲେ ପୁଷ୍ପାଞ୍ଜଳିକେ ସରକାରକଁର ତରଫୁ ଗୁଟେ ଟ୍ରାଇ ସାଇକେଲ ମିଲିଥିଲା। ହେଲେ ଏହେଦେ ସେଟା ଅଦରବା ହେଇଗଲାନ। ଯେନ୍‌ଥିରଲାଗି ତାହାକୁ ଦେଢ଼ କିମି ଦୂରିଆ ସ୍କୁଲକେ ନେବା ଆନବାରେ ପରିବାର ଲୋକ୍‌ ବଡ଼ଭାରି ଅସବିଧାର ସାମନା କରୁଛନ୍‌। ଇଆଡ଼େ ବଛର ବଛର ହେଲା ବାପା ନୂତନ୍‌ ଟ୍ରାଇସାଇକେଲଟେ ଲାଗି ଭିନେ ଭିନେ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଛନ୍‌। ଇଆଡ଼େ ସରକାର ଦିବ୍ୟାଙ୍ଗମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରି ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ପୁଷ୍ପାଞ୍ଜଳି ପାଉଥିବାର ଭତା ଟଁକା ୭ଶହକେ ଛାଡ଼ିଦେଲେ ବାକି ସବୁପରକାର ସୁବିଧାରୁ ବଁଚିତ୍‌ ହେଇଛନ୍‌। ସରକାର ଦିବ୍ୟାଙ୍ଗମାନକୁ ଆବାସ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ ଯୋଜନାରୁ ପୁଷ୍ପାଞ୍ଜଳିକଁର ପରିବାର ବଁଚିତ୍‌ ହେଇ ଭଡ଼ାଘରେ ଦିନ୍‌ ବିତଉଛନ୍‌। ଜିଲା ପରଶାସନ ପୁଷ୍ପାଞ୍ଜଳିକୁଁ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share