ଦିବ୍ୟାଙ୍ଗ ବୁରୁଧ୍‌କୁଁ ଉଧାର କଲେ ସ୍ବେଚ୍ଛାସେବୀ

ବିଜେପୁର, ୨୭।୭ (ଡି.ଏନ.ଏ):
ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍‌ରେ ଦିବ୍ୟାଙ୍ଗ ବୁରୁଧ୍‌ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ। ଇ ଖବରଟା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ବରଗଡ଼ ଜିଲାର ସ୍ବେଚ୍ଛାସେବୀ ସଂଗଠନ ସ୍ବେଚ୍ଛାସେବୀଗଣ ଶୁକୁରବାର ବୁରୁଧ୍‌କୁଁ ଉଧାର କରିଛନ୍‌।
ସୂଚନା ହିସାବେ ଇ ବ୍ଲକର କନଡ଼ିହି ଗଁାର ଦିବ୍ୟାଙ୍ଗ ବିରଞ୍ଚତ୍ ତାଣ୍ଡି(୭୦)। ସେ ଝନେ ଅବିହାରି ଲୋକ୍‌ ହେଇଥିଲାବେଲେ ମା’ବାପ୍‌ ବଁଚିଥିବାର ତକ୍‌ ଠିକ୍‌ଠାକ୍‌ ଚଲୁଥିଲେ। ହେଲେ ଆଏଜ୍‌କେ ୧୦ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଗଲା ଉତାରୁ ସେ ଭିଖ୍‌ ମାଗି ପେଟ୍‌ ପାଲୁଥିଲେ। ସେ ଭିନ୍ନକ୍ଷମ ଭତା ସଂଗେ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ପାଉଥିଲେ। ଗଁାବାସୀ ବି ଯେତେବେଲେ ଯେନ୍‌ତା ତାହାକୁ ସାହାଯ୍‌ କରୁଥିଲେ। ହେଲେ ତାକର ଭଂଗା ଦଦ୍‌ରା ଘରଟା ବରଷା ପାଏନ୍‌ରେ ଦରୋ ଦରୋ ଗଲୁଥିଲା। ଯେନ୍‌ଥିରଲାଗି ସେ ଉପେ ଶୂଇନ୍‌ ହେଇ ଗଲା ମାସ ଘେଁସ ଅଂଚଲର ଝନେ ଲାଗେଲେସର ଘରେ ଆଶ୍‌ରେ ନେଇଥିଲେ। ଗଲା ସୋମବାର ସେ ପିଡିଏସ ସାମାନ ନେବାର ଲାଗି ଟି.ଗଣ୍ଡପାଲି ପଁଚେତ୍‌କେ ଯାଇଥିଲେ। ପିଡିଏସ ଚାଉଲ ଧରି ଘରକେ ଫିରିଯିବାକେ ତାହାକୁ ତାକର ଲାଗେଲେସରମାନେ କହିଥିଲେ। ହେଲେ ସେ ଅରାଜି ହେଇଥିଲେ। ଇଆଡ଼େ ଟି.ଗଣ୍ଡପାଲିରୁ କନଡ଼ିହିକେ ସଂଯୋଗ କରୁଥିବାର ରାସ୍‌ତା ବି ଖରାପ ଅଛେ। ଯେନ୍‌ଥିରଲାଗି ସେ ଗଁାକେ ଫିରି ନାଇଁପାରି। ଶେଷେ ଉପେ ଶୂଇନ୍‌ ହେଇ ସେ ତାକର ତିନ୍‌ ଚକିଆ ଭଂଗା ଦଦ୍‌ରା ସାଇକେଲରେ ମାମା ଛକ୍‌ରେ ଖରା, ବରଷାରେ ପଡ଼ି ରହିଥିଲେ। ଏନ୍‌ତାଥି କେତେ ଥାନୀୟ ସ୍ବେଚ୍ଛାସେବୀ ତାହାକୁ ଖାଏବା ପିଇବାକେ ଦେବାର ସଂଗେ ରାତିରେ ଦୁକାନ ବାରନ୍‌ଡ଼ାରେ ଆଶ୍‌ରେ ଦେଇଥିଲେ। ଦିବ୍ୟାଙ୍ଗ ବିରଞ୍ଚତ୍ ମାସକେତେ ତଲେ ଦୁରଘଟନାର ଶିକାର ହେଇ ଚାଲବୁଲ ବି ନାଇଁକରି ପାରୁଥାଇ, ଦିହିପା ବି ଠିକ୍‌ ନାଇଁଥାଇ। ସେଥିରଲାଗି ସ୍ବେଚ୍ଛାସେବୀମାନେ ତାହାକୁ ସଂଗେ ସଂଗେ ଆମ୍ବୁଲାନ୍ସରେ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ନେଇଥିଲେ। ପ୍ରାଥମିକ ଚିକିସତ୍ା ଉତାରୁ ତାହାକୁ ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରାଯାଇଛେ। ସେ ଭଲ ହେଲା ଉତାରୁ ତାହାକୁ ବିଜେପୁର ବ୍ଲକ ବିଲେଇପାଲିରେ ଥିବାର ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମରେ ଥଇଥାନ କରାଯିବା ବଲି ସ୍ବେଚ୍ଛାସେବୀ ସଂଗଠନର ମୁଖିଆ ଜଳନ୍ଧର ପଟେଲ କହିଛନ୍‌। ସାମାଜିକ କରମୀ ରଶ୍ମି ଭୋଇକଁର ମଂଗୁଆଲତିରେ ଦିଲୀପ ମେହେର, ସୁନୀଲ ସେଠ, ସସ୍ମିତା ବେହେରା ପରମୁଖ ସଂଗଠନର ସଦସିଅମାନେ, ପାର୍ବତୀ ଗରି ବୃଦ୍ଧାଶ୍ରମର ଜଳନ୍ଧର ପଟେଲ ସମେତ କେତେ ଥାନୀୟ ସ୍ବେଚ୍ଛାସେବୀ ବୁରୁଧ୍‌କୁଁ ଉଧାର କରିଥିଲେ।

Share