ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୩୦।୪-ଚଳିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମତଦାନରେ ଛାତ୍ର ସ୍ବେଚ୍ଛାସେବୀମାନେ ସହାୟତା କରିଛନ୍ତି। ପ୍ରତ୍ୟେକ ବୁଥ୍‌ରେ ୨ଜଣ ଛାତ୍ର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରମାନେ ନିର୍ବାଚନରେ ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ମତଦାତାମାନଙ୍କୁ ହୁଇଲ୍‌ ଚେୟାରରେ ବସାଇ ମତଦାନ କେନ୍ଦ୍ରକୁ ନେବା ସହ ସେମାନଙ୍କର କ୍ରମିକ ନଂ. ଖୋଜି ପୋଲିଂ ଅଧିକାରୀଙ୍କ ସହାୟତାରେ ସେମାନଙ୍କୁ ଭୋଟ ପ୍ରଦାନ କରିବାରେ ସହାୟକ ହେଉଛନ୍ତି। ଏଭଳି କାର୍ଯ୍ୟରେ ସେମାନେ ଆତ୍ମସନ୍ତୋଷ ଲାଭ କରିବା ସହ ମତଦାତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏପରିକି ଛାତ୍ର ଅବସ୍ଥାରେ ଗଣତନ୍ତ୍ର ପର୍ବର ମହତ୍ତ୍ୱ ବୁଝିବାରେ ସହାୟକ ହେଉଛି ବୋଲି ଜିଲା ସ୍କୁଲର ଛାତ୍ର ସ୍ବେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି...

ପାଚେରିରେ ପିଟି ହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ସେତୁ ପାଚେରିରେ ଏକ ବାଇକ ପିଟି ହେବାରୁ...

ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼

ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ...

୨କୋଟିର ବ୍ରାଉନ୍‌ସୁଗାର ଜବତ: ବଡ଼ଭାଇ ଗିରଫ, ସାନଭାଇ ଚମ୍ପଟ

ବାଲେଶ୍ୱର,୮।୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ...

ଜ୍ୱାଇଁଙ୍କ ଘର ଆଗରେ ଝିଅର ଜୁଇ ଜାଳିଲେ ବାପା: ଜାଣନ୍ତୁ କାହିଁକି

ଭୋଗରାଇ, ୭l୧୨(ପ୍ରଦୀପ ଦାସ): ବିବାହିତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଜ୍ୱାଇଁ ଗୁରୁବାର ଗିରଫ ହୋଇଛନ୍ତି। ଏଭଳିସ୍ଥିତିରେ ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ତାଲାପଡ଼ିଥିବା...

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ...

ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ଭୋଗରାଇ,୫ା୧୨(ପ୍ରଦୀପ ଦାସ): ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri