ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ। ଅଭାବ ଅନାଟନ ଲାଗି ମା’ବାପ୍‌ ଦିବ୍ୟାଙ୍ଗ ପୁଓ ଝି’କେ ଠିକ୍‌ସେ ଚିକିସତ୍ା କରେଇ ନାଇଁପାରି। ଏହେଦେ ଦୁଇ ଭାଇବହେନ୍‌ ଯୁଆନ ଅବସ୍‌ତାକେ ଆସିଥିଲେ ବି ଅସାହା ଜୀବନ୍‌ ବିତଉଛନ୍‌। ମକରନ୍ଦ ମାସିକ ୫ଶହ ଟଁକା ଦିବ୍ୟାଙ୍ଗ ଭତା ପାଉଥିଲାବେଲେ ବହେନ୍‌ ଭୂମିସୂତା ଭିନ୍ନକ୍ଷମ ପରମାନପତର ଅଭାବୁ ଯୋଜନାରୁ ବାଦ୍‌ ପଡ଼ିଛନ୍‌। ସେନ୍‌ତା ପରିବାରକେ ସରକାରୀ ସାହାଯ୍‌ କହେଲେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ। ଇ ବାବ୍‌ଦେ ଗଲା ଶନିବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ପରଶାସନର ଚେତା ପଶିଥିଲା। ସୋମବାର କୋକସରା ବିଡିଓ ବସନ୍ତ କୁମାର ସେଠି, ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୀପକ କୁମାର ବେହେରା ପୀଡ଼ିତ ଦିବ୍ୟାଙ୍ଗ ଭାଇଭହେନ୍‌କଁର ପାସେ ପୁହୁଁଚିଥିଲେ। ଦୁଇ ଭାଇଭହେନ୍‌କୁ ଦୁଇଟା ହୁଇଲଚେୟାର ଦେଇଥିଲେ। ସେନ୍‌ତା ଆଏବା ମାସଠାନୁ ମକରନ୍ଦର ଭତା ୫ଶହରୁ ୭ଶହ ଟଁକାକେ ବଢ଼ାଯିବା, ଭୂମିସୂତାକଁର ଭିନ୍ନକ୍ଷମ ପରମାନପତର ଅନ୍‌ଲାଇନ୍‌ ଆବେଦନ କରାଯାଇଥିଲାବେଲେ ତାହାକୁ ବି ବହୁତ୍‌ ଜଲଦି ଭତା ଯୁଗେଇ ଦିଆଯିବା ବଲି ଦୁଇ ଅଧ୍‌କାରୀ କଥା ଦେଇଥିଲେ। ଇତାର ବାହାରେ ନିଲାମ୍ବରକୁଁ ଆବାସ ଯୋଜନାରେ ସାମିଲ କରାଯିବାକେ ପରଶାସନ କଥା ଦେଇଛେ। ଭୂମିସୂତାକୁଁ ଆଏବା ମାସ ୧ ତାରିଖ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକେ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ପଠାଯିବାର ଲାଗି ଥିର ହେଇଥିବାର ଦୁଇ ଅଧ୍‌କାରୀ ସୂଚନା ଦେଇଛନ୍‌। ବ୍ଲକ ପରଶାସନର ଇ ମହତ୍‌ କାଯ୍‌କେ ଗଁାବାସୀ ବଡ଼ଭାରି ପରଶଁସା କରବାର ସଂଗେ ଧରିତ୍ରୀ ପରିବାରକେ ଧଏନ୍‌ବାଦ ଦେଇଛନ୍‌।

Share