ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରାଜଜ ଅନୂପ ରଞ୍ଜନ ପଟ୍ଟନାୟକ ଏକ ବଳାତ୍କାର ମାମଲାର ବିଚାର କରି ଦୋଷୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ବିଶୋଇ ଥାନା ଅଞ୍ଚଳର ଚୈତନ୍ୟ ବେହେରା। ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଡିସେମ୍ବର ୧୨ ତାରିଖ ଅପରାହ୍ନରେ ବିଶୋଇ ଥାନା ଅଞ୍ଚଳର ଜନୈକା ୩୦ ବର୍ଷୀୟା ଦିବ୍ୟାଙ୍ଗ ମହିଳା ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ତାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଚୈତନ୍ୟ ବଳାତ୍କାର କରିଥିବା ପୀଡିତାଙ୍କ ମା’ ବିଶୋଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୬୮/୨୦୧୭) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।