ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଫୁଲବାଣୀ ଅଫିସ/ଖଜୁରିପଡା, ୧୬ା୯- କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ରବିବାର ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ କନଷ୍ଟେବଳଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦିବ୍ୟାଙ୍ଗ ଯୁବତୀ ଜଣକ ସମ୍ପୃକ୍ତ କନଷ୍ଟେବଳଙ୍କ ବାସଭବନରେ ବହୁଦିନ ହେବ କାର୍ଯ୍ୟ କରି ଆସୁଥିଲେ ା ପ୍ରାୟ ୫/୬ ମାସ ତଳେ ସେଠାରେ ଆଉ କାମ ନ କରି ଘରକୁ ପଳାଇ ଆସିଥିଲେ ା ତେବେ ସେ ବର୍ତ୍ତମାନ ୫ ମାସର ଗର୍ଭବତୀ ଥିବା ନେଇ ରବିବାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦେଖି ପଚରାଉଚରା ଜାରି ରହିଛି। ଏ ନେଇ ନଂ. ୮୨/୧୯ରେ ଏକ ମାମଲା ରୁଜୁ ହୋଇଛି । ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେଇପାରିବେନି ବୋଲି ଖଜୁରିପଡ଼ା ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି।

Share