ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ

ଚମ୍ପୁଆ, ୩୦ା୯(ଡି.ଏନ.ଏ.)-ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ସେହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତ ଦୋଳ ଗୋବିନ୍ଦ ବାରିକଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ତାଙ୍କୁ କୋର୍ଟ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଞ୍ଜିପାଣି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ତା ୨୪।୮।୨୦୧୪ ରିଖ ଅପରାହ୍ନରେ ପ୍ରାୟ ସାଢ଼େ ୫ଟା ସମୟରେ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିଲେ । ଏହି ସୁଯୋଗରେ ହୃଷିକେଶ ତାଙ୍କୁ ଏକ ନିଛାଟିଆ ଇଟାଭାଟି ନିକଟକୁ ନେଇଯାଇ ବଳାକତ୍ାର କରିଥିଲେ। ୧୨ ଜଣ ସାକ୍ଷୀଙ୍କ ବୟାନ ତଥା ପୀଡିତାଙ୍କ ଏତଲାକୁ ଭିତ୍ତିକରି କୋର୍ଟ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬(୨)ରେ ହୃଷିକେଶଙ୍କୁ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ତପନ କୁମାର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।