Categories: କନ୍ଧମାଳ

ଦିବ୍ୟାଙ୍ଗ ଯୁବତୀଙ୍କୁ ସହାୟତା ପ୍ରଦାନ

ଫୁଲବାଣୀ ଅଫିସ, ୫ା୯-ଆତ୍ମନିର୍ଭରଶୀଳ ହେବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଅଦମ୍ୟ ସାହସ ଦେଖି ଜିଲାପାଳ ଡା.ବୃନ୍ଦା ଡି. ସହାୟତା ଯୋଗାଇ ଦେଇଛନ୍ତି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ତାଙ୍କୁ ବୁଧବାର ସିଲେଇ ମେଶିନ ପ୍ରଦାନ କରାଯାଇଛି। ସହାୟତା ପାଇଥିବା ଏହି ଯୁବତୀ ଜଣକ ହେଲେ ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତ ଭୁତାକନାଲି ଗ୍ରାମର ଝୁନୁ କହଁର(୨୮)। ବିଗତ ଦିନରେ ଝୁନୁ ଜିଲାପାଳଙ୍କୁ ଦେଖା କରି ନିଜର ଜୀବିକା ନିର୍ବାହ ପାଇଁ ସାହାର୍ଯ୍ୟ ମାଗିଥିଲେ। ଜିଲାପାଳ ତାଙ୍କ ଆତ୍ମବିଶ୍ୱାସ ଏବଂ ସାହାସକୁ ଦେଖି ସହାୟତା ଆକାରରେ ଏକ ସିଲାଇ ମେସିନ ଦେବାପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କୁ କହିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରକଳ୍ପ ପ୍ରଶାସକ ଦାସ ଝୁନୁଙ୍କୁ ସିଲାଇ ମେଶିନ ଓ ଆନୁସାଙ୍ଗିକ ଜିନିଷ ଦେଇଛନ୍ତି। ଝୁନୁ ଏବଂ ତାଙ୍କ ମା’ ସୁଶୀଳା ଏଥିପାଇଁ ଜିଲାପାଳ, ପିଏ ଆଇଟିଡ଼ିଏଙ୍କୁ ପ୍ରଶଂସା କରିଛନ୍ତି। ସିଲେଇ ମେଶିନ ପ୍ରଦାନ ବେଳେ ବୈଦନାଥ ବେହେରା, ପ୍ରକଳ୍ପ ପ୍ରବନ୍ଧକ ପି.ମୂରଲି ମୋହନ, ବରିଷ୍ଠ କିରାଣୀ ବସନ୍ତ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।