ଦିବ୍ୟାଙ୍ଗ ସୁକାନ୍ତଙ୍କ ଘରେ ପହଞ୍ଚିଲେ ଅଧିକାରୀ: ସହାୟତା ପ୍ରଦାନ ନେଇ ତଦନ୍ତ

ବନ୍ତ,୧୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧୀନ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସୁକାନ୍ତ ମୁଖୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ତଦନ୍ତ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଜମାଦାର ମୁଣ୍ଡା ଓ କ୍ଲଷ୍ଟର କୋଅର୍ଡିନେଟର ହୃଦାନନ୍ଦ ପାଢୀ ତାଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୪/୫ ବର୍ଷ ତଳେ ସୁକାନ୍ତ ପାୱାରଟିଲର ସାହାଯ୍ୟରେ ଜମିରେ ଚାଷ କରିବା ସମୟରେ ତାଙ୍କ ଗୋଡ଼ କଟି ଯାଇଥିଲା। ଏହି ଦୁର୍ଘଟଣା ପରେ ତାଙ୍କର ଡାହାଣ ଗୋଡଟି ଆଣ୍ଠୁ ପାଖରୁ କଟା ଯାଇଥିଲା। ସେହିଦିନଠାରୁ ସେ ଚାଲିପାରୁ ନାହାନ୍ତି। ଆଶାବାଡ଼ି ହିଁ ଏକମାତ୍ର ଭରସା। ସେ ବିବାହିତ ଥିବାବେଳେ ତାଙ୍କର ଗୋଟିଏ ମାତ୍ର ଝିଅ ଅଛି। ପରିବାର ପ୍ରତିପୋଷଣ ପାଇଁ ସେ ଘର ପାଖରେ ଏକ ସାଇକେଲ ଦୋକାନ କରିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ସେଥିରେ ତାଙ୍କ ପରିବାର ଚଳୁଛି। ନିଜର ଜମିବାଡ଼ି ନ ଥିବାବେଳେ ସରକାରୀ ସହାୟତା ଭାବେ କେବଳ ଭତ୍ତା ପାଉଛନ୍ତି। ତେବେ ସ୍ଥାୟୀ ଭାବେ ଜୀବିକା ନିର୍ବାହ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସାହାଯ୍ୟ ସକାଶେ ଆବେଦନ କରିଥିଲେ। ତାଙ୍କୁ ସହାୟତା ପ୍ରଦାନ ପୂର୍ବରୁ ଏହି ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ। କିପରି ଖୁବ୍‌ଶୀଘ୍ର ସୁକାନ୍ତଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱଗନ୍ଧା ସହ ମହୁ ମିଶାଇ ଖାଇଲେ ଦୂର ହେବ ଏହି ୫ ସମସ୍ୟା, ଜାଣନ୍ତୁ କେମିତି କରିବେ ସେବନ…

ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ।କ ମୁଖ୍ୟତଃ ଯଦି ଆପଣ ଏହାକୁ...

ବଡ଼ ଆକଳନ: ୩ ମାସ ଯାଏ ହେବ ଧୂଳିଝଡ, ବହିବ ଭୟଙ୍କର ଲୁ…

ବର୍ଷା-ପାଗ ପରେ, ଏବେ ଗ୍ରୀଷ୍ମ ଋତୁ ଆସିଗଲାଣି। ଉତ୍ତର ଭାରତରୁ ଦକ୍ଷିଣ ପର୍ଯ୍ୟନ୍ତ, ପାଗରେ ଯଥେଷ୍ଟ ଗରମ ଅନୁଭୂତ ହୋଇପାରେ। ତାପମାତ୍ରା ନିରନ୍ତର ବୃଦ୍ଧି ପାଉଛି...

କୁଲର, ପଙ୍ଖା ବାଣ୍ଟିଲେ ଅଭିନେତ୍ରୀ ତାପସୀ ପନ୍ନୁ

ମୁମ୍ବାଇ: ମୁମ୍ବାଇର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚି ଯାଇଛି। ଏହି ସମୟରେ, ଗରମକୁ ମୁକାବିଲା କରିବା ପାଇଁ, ଅଭିନେତ୍ରୀ ତାପସୀ ପନ୍ନୁ ବସ୍ତିରେ...

ଲଚ୍ଛମନ ବାଲାଜୀ ହନୁମାନ ମନ୍ଦିରରେ ନବାହ୍ନ ପାରାୟଣ

ଗଞ୍ଜାମ,୧୩।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରମୁଖ ସହର ହେଉଛି ଗଞ୍ଜାମ ସହର। ଏଠାରେ ବାର ମାସରେ ତେର ପର୍ବ । ଏଥିପାଇଁ ଗଞ୍ଜାମ ସହରକୁ...

Myanmar Earthquake: ପୁଣିଥରେ ମ୍ୟାନମାରରେ ଜୋରଦାର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡିଲେ

ନାପିଦାଉ,୧୩।୪: ରବିବାର ପ୍ରତ୍ୟୁଷରେ ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ତୀବ୍ରତା...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କପଡା ଦୋକାନ

କୁଚିଣ୍ଡା,୧୩୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଆଁ ଲାଗି କ୍ୱାଲିଟି କଲେକ୍ସନ...

Baba Vanga Prediction: ସତ ହେଲା ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ! ସତରେ କ’ଣ ବିଶ୍ୱ ହେବ ଧ୍ୱଂସ?

ସୋଫିଆ,୧୩।୪: ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ମସିହାରେ ବିଶ୍ୱର ଆର୍ଥିକ ପରିସ୍ଥିତି ବିଷୟରେ ଏକ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ ଏହି ବର୍ଷ...

ଏଣିକି ଅନଲାଇନ୍‌ରେ କିଣି ପାରିବେ ବାଇକ୍‌-ସ୍କୁଟର୍‌; Flipkart ସହ ହାତ ମିଳାଇଲା…

ନୂଆଦିଲ୍ଲୀ,୧୩।୪: ସୁଜୁକି ୨ ଚକିଆ କମ୍ପାନୀ ଫ୍ଲିପକାର୍ଟ ସହିତ ହାତ ମିଳାଇଛି। ବର୍ତ୍ତମାନ ଏହି ସହଭାଗୀତା ଅଧୀନରେ କମ୍ପାନୀ Flipkart ରେ Avenis, V-Strom SX,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image