ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିଛି। ଏଭଳି ଏକ ପ୍ରମୁଖ ବ୍ରାଣ୍ଡ ସହ ଯୋଡି ହୋଇ ଅତ୍ୟନ୍ତ ଖୁସି ବୋଲି ରବିନା କହିଛନ୍ତି। ଗ୍ରାହକଙ୍କ ଭରସା ସହ ଆଗକୁ ବଢୁଥିବା ବେଳେ ଏହି ବ୍ରାଣ୍ଡ ଲାଗି ରବିନାଙ୍କୁ ଆମ୍ବାସାଡର ଭାବେ ନିଯୁକ୍ତ କରି ଅତ୍ୟନ୍ତ ଆନନ୍ଦିତ ବୋଲି କମ୍ପାନୀର ସହପ୍ରତିଷ୍ଠାତା ସଞ୍ଜୀବ ଜୁନେଜା କହିଛନ୍ତି। ବ୍ରାଣ୍ଡ୍‌ ଉପରେ ଗ୍ରାହକଙ୍କ ନିରନ୍ତର ଭରସା ଯୋଗୁ ସଫଳତା ଲାଭ କରିଛୁ। ଏହା ସହ ଉନ୍ନତ ପ୍ରଡକ୍ଟ ଯୋଗାଣ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।

Share