Categories: ଖେଳ

‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସହିଦ୍‌ ସ୍ପୋଟର୍‌ସଂ ଖେଳ ପଡ଼ିଆରେ ନିର୍ମିତ ‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ହକି ଦଳର ପ୍ରାକ୍ତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ନାମରେ ନାମିତ ଏହି ନୂତନ ଷ୍ଟାଣ୍ଡ୍‌କୁ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଉଦ୍‌ଘାଟନ କରିଥିଲେ। ନିକଟ ଅତୀତରେ ଦେବାଶିଷଙ୍କ ନାମରେ ନାମିତ ପ୍ରେସ୍‌ କ୍ଲବ୍‌କୁ ଦିଲୀପ୍‌ ଉଦ୍‌ଘାଟନ କରିଥିଲେ। ନିଜ କ୍ଲବର ଆଜୀବନ ସଦସ୍ୟ ତଥା ବିଶ୍ୱ ବିଖ୍ୟାତ ହକି ଷ୍ଟାର୍‌ ଦିଲୀପଙ୍କୁ ସମ୍ମାନ ଜଣାଇ ସହିଦ୍‌ ସ୍ପୋର୍ଟିଂ କ୍ଲବ ଏହି ନୂତନ ଷ୍ଟାଣ୍ଡ୍‌ ତାଙ୍କ ନାମରେ ନାମିତ କରିଛି। ସହିଦ୍‌ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଜୁନିୟର କ୍ରିକେଟ୍‌ ଦଳର ଚୟନକର୍ତ୍ତା ଦେବାଶିଷ ମହାନ୍ତିଙ୍କ ସମେତ ହକି ଲିଜେଣ୍ଡ ଦିଲୀପ୍‌ ତିର୍କୀ, ପ୍ରାକ୍ତନ ବିଧାୟକ ବିଜୟ ମହାନ୍ତି, ପ୍ରାକ୍ତନ କର୍ପୋରେଟର ଶାଶ୍ୱତୀ ମିଶ୍ର, ଉମାନାଥ ମିଶ୍ର, ସିପି ଶର୍ମା, ରଶ୍ମିରଞ୍ଜନ ପରିଡ଼ା, ପି. ଜୟଚନ୍ଦ୍ର, ସୌରଭ ସେହଗଲ, ନିକୁଞ୍ଜ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ବିଶ୍ୱ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହିଦ୍‌ ସ୍ପୋର୍ଟିଂ କ୍ଲବର ସମସ୍ତ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ

Share