ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସସ୍ପେଣ୍ଡ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୋମବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଦିଲୀପଙ୍କ ସମେତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ। ତେବେ ଦଣ୍ଡାଦେଶର ପରେ ପରେ ଦିଲୀପଙ୍କ ସମେତ ସମସ୍ତଙ୍କୁ ଜାମିନ ମିଳିଥିଲା।