ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତବଲିଘ ଜମାତର ୩୩୦ ମାମଲା ଥିବା ଜଣାପଡ଼ିଛି। ଇତିମଧ୍ୟରେ ଦିଲ୍ଲୀରୁ ଏକ ଖୁସିଖବର ଆସିଛି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଜଣେ ୮୨ବର୍ଷୀୟ ବ୍ୟକ୍ତି ଏହାକୁ ହରାଇ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଉକ୍ତ ପୀଡ଼ିତଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିବା ପରେ ମଙ୍ଗଳବାର ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଏହାପରେ ବି ଘରେ ସେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।