ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। କାରଣ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର କଠୁଆ ଓ ପଞ୍ଜାବରେ ଏକ ବଡ ନେଟଓ୍ବର୍କ କାମ କରୁଛି। ଯାହା ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି। ଗୁଇନ୍ଦା ବିଭାଗର କହିବା କଥା ହେଲା ଧରାପଡିଥିବା ଆତଙ୍କବାଦୀମାନେ ଏମିତି କେତେଜଣଙ୍କ ନାଁ କହିଛନ୍ତି ଯେଉଁମାନଙ୍କଠାରୁ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା କରୁଛି।