Arrested man in handcuffs with hands behind back
ସୋର, ୨୭ା୭(ଡି.ଏନ.ଏ.)-ଦିଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୋର ଥାନା ଅଧୀନ ରଘୁନାଥପୁର ଗ୍ରାମର କରୁଣାକର ଦାସଙ୍କୁ ସୋର ପୋଲିସ ଗିରଫ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା। ବାଲେଶ୍ୱର ଷ୍ଟେଶନରୁ ଦିଲ୍ଲୀ ପୋଲିସକୁ ଚକମା ଦେଖାଇ କରୁଣାକର ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏବେ ଏହି ଘଟଣାରେ ସୋର ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ଏକ ୫ ଜଣିଆ ଟିମ୍ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଗିରଫ କରିଛି। ରଘୁନାଥପୁର ଗ୍ରାମର ଗୈାରାଙ୍ଗ ମଲ୍ଲିକ ଓ ଶ୍ରୀଧର ମଲ୍ଲିକଙ୍କୁ ଚାନ୍ଦିପୁର ଓ ସୋର ଦାଣ୍ଡପଳସାରୁ ଗିରଫ କରାଯାଇଛି। ଏବେ ଏହି ଦୁଇ ଜଣଙ୍କୁ ଦିଲ୍ଲୀ ପୋଲିସ ସୋର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଶନିବାରୀ ଅଭିଯୁକ୍ତଦ୍ୱୟଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବା ପରେ ଦିଲ୍ଲ ନିଆଯିବ ବୋଲି ସୂଚନା ମିଳିଛି।