ଦିଲ୍ଲୀରୁ ଫେରିବା ପରେ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ: ଇତୀଶ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ଗତ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାସ୍ତ ହୋଇ ବିରୋଧୀ ଦଳ ଆଖ୍ୟା ପାଇବାରୁ ବଞ୍ଚିତ ହୋଇଛି। ଏଭଳିସ୍ଥଳେ ଦଳର ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ସହ ଜଣେ ଅନ୍ୟକୁ ଇଙ୍ଗିତ କରି ମନ୍ତବ୍ୟ ଦେଇ ଆସୁଛନ୍ତି। ଗୁରୁବାର ନୂଆଦିଲ୍ଲୀରେ ଏଆଇସିସିର ବୈଠକ ଚାଲିଥିବା ବେଳେ ରାଜ୍ୟ କଂଗ୍ରେସରେ କନ୍ଦଳ ବୃଦ୍ଧି ପାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଖୋଲାଖୋଲି କଟୁ ମନ୍ତବ୍ୟ ଦିଆଯିବା ସହ ଚ୍ୟାଲେଞ୍ଜ କରାଯାଇଛି। ଏପରିକି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଏକ ଖବରଦାତା ସମ୍ମିଳନୀରେ ଆବାହକ ଇତୀଶ ପ୍ରଧାନ କହିଛନ୍ତି।

Share