Categories: ଜାତୀୟ

ଦିଲ୍ଲୀରେ ଅଛନ୍ତି କେତେ ଅନୁପ୍ରବେଶକାରୀ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ରିପୋର୍ଟ ମାଗିଲେ ପ୍ରବେଶ ବର୍ମା

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି। ତାହାର ରିପୋର୍ଟ ଭାଜପା ଏମ୍‌ପି ପ୍ରବେଶ ବର୍ମା ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ମାଗିଛନ୍ତି। ସେମାନେ କିଭଳି ଦିଲ୍ଲୀରେ ପ୍ରବେଶ କରିଛନ୍ତି ଏବଂ ଏହାର ରିପୋର୍ଟ ସରକାରଙ୍କ ପାଖରେ ଅଛି କି ନାହିଁ ସେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅନୁପ୍ରବେଶକାରୀ ବିନା ବୈଧ କାଗଜପତ୍ରରେ ଭାରତରେ ପ୍ରବେଶ କରିଥାନ୍ତି। ତେବେ ଏହାର ତାଲିକା ପ୍ରସ୍ତୁତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କରି ନ ଥାନ୍ତି। ତେବେ ଅନୁପ୍ରବେଶକାରୀଙ୍କ ପାଇଁ କଡ଼ା ଆଇନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରରେ କୁହାଯାଇଛି।

Share