Categories: ଜାତୀୟ

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ ଖିଲାପକାରୀଙ୍କୁ ୪ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସୋମବାର ନିୟମ ଲାଗୁ ହେବା ପରେ କେତେକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିୟମ ନଭେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଦିଲ୍ଲୀ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share