ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି ମହଲ ପୋଲିସ ଷ୍ଟେଶନର ଆଉ ୫ ପୋଲିସ କରୋନାରେ ପୀଡିତ ଥିବା ଜଣାପଡିଛି। ପୂର୍ବରୁ ଏଠାକାର ୩ ପୋଲିସ କରୋନାରେ ପୀଡିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ସୋମବାର ସକାଳ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୦୩ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪୫ରେ ପହଞ୍ଚିଥିଲା।

Share