Categories: ଜାତୀୟ

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି ଏଏପି ଏବଂ କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିଲ୍ଲୀବାସୀଙ୍କ ଆଶା ଓ ଆକାଂକ୍ଷାଙ୍କୁ ପୂର୍ଣ୍ଣ କରିବାକୁ ଶୁଭକାମନା ଜଣାଇଛନ୍ତି।

ଦୀର୍ଘ ଦିନ ଧରି ଦିଲ୍ଲୀ ବିଧାନସଭାକୁ ନେଇ ରାଜନୀତି ପାଣିପାଗ ଉଷ୍ମ ରହିଆସୁଥିଲା। ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଏଏପି ୬୨ ଆସନରେ ଅଗ୍ରଣୀ ରହିଥିବା ବେଳେ ଭାଜପା ମାତ୍ର ୮ ଆସନରେ ଆଗୁଆ ରହିଛି। ଅପରପକ୍ଷେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଦଳର ଏଭଳି ଅଭୂତପୂର୍ବ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍‌ରିଓ୍ବାଲ।

Share