Categories: ଜାତୀୟ

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌ ଆଦମୀ ପାର୍ଟି କୌଣସି ଆସନରେ ମଧ୍ୟ ଆଗୁଆ ନ ଥିବା ଭୋଟ ଗଣତିରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୨୧ ବର୍ଷ ମଧ୍ୟରେ ଯେଉଁ ଦଳ ଦିଲ୍ଲୀର ଅଧିକ ଆସନରେ ବିଜୟୀ ହୋଇଛି ପରବର୍ତ୍ତୀ ସମୟରେ ସେହି ଦଳ କେନ୍ଦ୍ରରେ ଶାସନ ଡୋର ଧରିଛି।

Share