Categories: ଜାତୀୟ

ଦିଲ୍ଲୀରେ ଏବେ ସ୍କୁଲ ଖୋଲିବ ନାହିଁ: ମନୀଷ ସିସୋଦିଆ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସ୍କୁଲ ଖୋଲାଯିବ ନାହିଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ.,କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ ଏବଂ ଅନ୍ୟାନ୍ୟ ଦେଶ ନେଇଥିବା ପଦକ୍ଷେପରୁ ଦିଲ୍ଲୀ ସରକାର ଶିଖୁଛନ୍ତି। ୩୧ ଜୁଲାଇ ସୁଦ୍ଧା ଦିଲ୍ଲୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିପାରେ। ଏଥିପାଇଁ ଡାକ୍ତରଖାନାରେ ଶଯ୍ୟା ପ୍ରସ୍ତୁତ ହୋଇସାରିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ ଖୋଲିବାର କୌଣସି ପ୍ରଶ୍ନ ଉଠୁନାହିଁ।

Share