ନୂଆଦିଲ୍ଲୀ,୨୮।୧: ଦିଲ୍ଲୀକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏମିତି ଏକ ଟୁଇଟ୍ କରିଛନ୍ତି ଯାହାକୁ ନେଇ ସେ ଏବେ ଟ୍ରୋଲ୍ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରି ଶାହା ଏହି ଟୁଇଟ୍ କରିଥିବା ବେଳେ ନିଜେ ଏଥିରେ ଫସିଯାଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି ୮ ଏମ୍ପି ଦିଲ୍ଲୀର ବିଭିନ୍ନ ସ୍କୁଲ ଗସ୍ତ କରିଥିଲେ। ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଇଛି। ଘଟଣା ହେଲା ଦିଲ୍ଲୀ ଲୋକସଭା ଆସନ ସଂଖ୍ୟା ୭ ହୋଇଥିବା ବେଳେ ରାଜ୍ୟସଭା ଆସନ ସଂଖ୍ୟା ୩। ଉକ୍ତ ୭ ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍ପି ଥିବା ବେଳେ ୩ରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍ପି ରହିଛନ୍ତି। ତେଣୁ ଏହାକୁ ନେଇ ୟୁଜର୍ସ ଶାହାଙ୍କୁ ଟ୍ରୋଲ କରିବାକୁ ପଛାଇଲେ ନାହିଁ। କାରଣ ଶାହା ଉଲ୍ଲେଖ କରିଥିଲେ ଭାଜପାର ୮ ଏମ୍ପି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରତି ମୁହୂର୍ତ୍ତରେ କେଜରିଓ୍ବାଲଙ୍କୁ ଟାର୍ଗେଟ କରୁଛି ଭାଜପା।