ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ

ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। ମେ ୩୦ରେ ସଂକ୍ରମଣ ହାର ୧୪ ପ୍ରତିଶତ ଥିବାବେଳେ ଜୁନ୍‌ ୧୨ରେ ଏହା ୩୫ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷରେ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ହାର ୮ ପ୍ରତିଶତରୁ କମରେ ପହଞ୍ଚିଛି। ଜୁନ ୧୧ରେ ଏଠାରେ ପ୍ରଥମ ଥର ପାଇଁ ସଂକ୍ରମଣ ହାର ୩୫ରେ ପହଞ୍ଚିଥିଲା। ଶୁକ୍ରବାର ୫ ହଜାର ୯୪୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨ ହଜାର ୧୩୭ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏବେ ରାଜଧାନୀରେ ପ୍ରତି ୩ ଜଣରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା କୁହାଯାଉଛି।

Share