ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣ ସଙ୍କେତ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୯।୬: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବାର ସଙ୍କେତ ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୯୪୩ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୮୭୪ରେ ପହଞ୍ଚିଛି। ଗୋଷ୍ଠୀ ସଂକ୍ରମଣ ଯୋଗୁ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗୋଷ୍ଠୀ ସଂକ୍ରମଣ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ଲକ୍ଷଣ ଦିଲ୍ଲୀରେ ଏବେ ବଢୁଥିବା ସେ ସୂଚନା ଦେଇଛନ୍ତି।

Share