Categories: ଜାତୀୟ

ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୯୮: ନଗର ନିଗମ ନେତାଙ୍କ ଦାବି

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀର ୩ ନଗର ନିଗମର ବୈଠକ ପରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ନଗର ନିଗମର ନେତାମାନେ ଦାବି କରିଥିଲେ କି ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨,୦୯୮ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ କୌଣସି ଅଧିକାରୀଙ୍କ ଦ୍ୱାରା ଏହା କୁହାଯାଇ ନ ଥିବା ବେଳେ କେବଳ ଏହି ନେତାମାନେ ଏଭଳି ଦାବି କରିଛନ୍ତି। ସ୍ଥାୟୀ ସମିତି ଅଧ୍ୟକ୍ଷ ଜୟ ପ୍ରକାଶ କହିଛନ୍ତି ଗତ ମାର୍ଚ୍ଚରୁ ଜୁନ୍‌ ୧୦ ମଧ୍ୟରେ ଦିଲ୍ଲୀରେ ୨,୦୯୮ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି। ଏହାର ଭିନ୍ନ ଭିନ୍ନ ରେକର୍ଡ ରହିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏବେ ପର୍ଯ୍ୟନ୍ତ ଦିଲ୍ଲୀରେ ୩୨,୮୧୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ୧୯,୫୧୮ ଜଣଙ୍କ ଚିକିତ୍ସା ଚାଲିଛି ଓ ୯୮୪ ଜଣଙ୍କର ମୃତ୍ୟୁ ହୋଇଛି।

Share