Categories: ଜାତୀୟ

ଦିଲ୍ଲୀରେ କ୍ଲିନସୁଇପ୍‌ କଲା ଭାଜପା: ଆପ୍‌ ମୂଳପୋଛ୍‌

ନୂଆଦିଲ୍ଲୀ, ୨୪।୫: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ଭଳି ଦିଲ୍ଲୀରେ କ୍ଲିନ୍‌ ସୁଇପ୍‌ କରିଛି ଭାଜପା। ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍‌ରେ ଭାଜପା ବାଜିମାରିନେଇଛି। ଫଳରେ ଭାଜପା ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଥିଲା। କିନ୍ତୁ ଗୋଟିଏ ବି ଆସନ ଜିତିପାରି ନାହିଁ କଂଗ୍ରେସ। ସେହିପରି ଆପ୍‌କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଛି। ପରାଜୟ ପରେ ଜନମତକୁ ସ୍ବୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌। ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଦିଲ୍ଲୀର ୭ଟି ଯାକ ଆସନରେ ଭାଜପା ବିଜୟୀ ହୋଇଥିଲା।

Share