ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସ୍ବୀକାର କରୁନାହାଁନ୍ତି କେନ୍ଦ୍ର ସରକାର: ସଞ୍ଜୟ ସିଂ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏନେଇ ଆମ୍‌ ଆଦମି ପାର୍ଟି(ଏଏପି) ପକ୍ଷରୁ ଏମ୍‌ପି ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡ଼ିଆ ଆଶଙ୍କା ପ୍ରକାଶ କରିଥିଲେ। ସେହିପରି ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ମଧ୍ୟ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। ତେବେ ଏନେଇ କେନ୍ଦ୍ର ସରକାର କାହିଁକି ଚୁପ ରହିଛନ୍ତି ତାହା ସଞ୍ଜୟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ଘୋଷଣା କରିବା କେନ୍ଦ୍ର ସରକାରଙ୍କର ଦାୟିତ୍ୱ। ମାତ୍ର ସରକାର ଏହାକୁ ସ୍ବୀକାର କରିବାକୁ ପଛାଉଥିବା ସଞ୍ଜୟ କହିଛନ୍ତି।

Share