Posted inଜାତୀୟ

ଦିଲ୍ଲୀରେ ଘନ କୁହୁଡ଼ି: ୧୦୦ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଦୂର ସ୍ଥାନ ଦୃଶ୍ୟ ହେଉ ନ ଥିବାରୁ ରବିବାର ସକାଳେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଆସିବାକୁ ଥିବା ୧୦ଟି ବିମାନକୁ ଅନ୍ୟ ବିମାନବନ୍ଦର ପଠାଯାଇଥିବାବେଳେ ସ୍ଥାନୀୟ ଏୟାରପୋର୍ଟରୁ ପାଖାପାଖି ୧୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ଓ କେତେକ ବିମାନକୁ ବାତିଲ କରିଦିଆଯାଇଛି। ୨ଟି ଅନ୍ତର୍ଜାତୀୟ ବିମାନ ସମେତ ୧୦ଟି ବିମାନକୁ ଜୟପୁର ପଠାଯାଇଥିଲା। ଖରାପ ପାଗ ଯୋଗୁ ବିମାନ ଚଳାଚଳ ସମୟ ପ୍ରଭାବିତ ହେବ ବୋଲି ଏୟାରଲାଇନ୍ସଗୁଡ଼ିକ ସୋସିଆଲ ମିଡିଆ ଜରିଆରେ ଜଣାଇଦେଇଥିଲେ। ଦିଲ୍ଲୀରୁ ଭାଙ୍କୋଭର ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଣ ସମୟ ପରିବର୍ତ୍ତନ ହୋଇଥିଲା। ବିମାନ ଭିତରେ ଯାତ୍ରୀମାନେ ବହୁ ସମୟ ଅପେକ୍ଷା କରିବା ପରେ ଓହ୍ଳାଇଯାଇଥିଲେ। ପ୍ରସ୍ଥାନ ସମୟ ସମ୍ପର୍କରେ ସମ୍ପୃକ୍ତ ଏୟାରଲାଇନ୍ସଗୁଡ଼ିକ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା।
ରବିବାର ସକାଳେ ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ଅଞ୍ଚଳ ଘନ କୁହୁଡ଼ିରେ ଆବୃତ୍ତ ହୋଇ ରହିଥିଲା। କେତେକ ସ୍ଥାନରେ ଦୃଶ୍ୟତା ସ୍ତର ଶୂନ ମିଟରକୁ ଖସିଆସିଥିଲା। ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ ସମ୍ଭବ ନୁହେଁ ବୋଲି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା...

ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍‌ କଲା ମେଣ୍ଟ

ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍‌ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ,...

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ: ପଛରେ ପଡ଼ିଲା ଏମ୍‌ଭିଏ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିକୁ ବହୁମତ ମିଳିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୯୭ଟି ଆସନରେ, କଂଗ୍ରେସ...

ଝାଡ଼ଖଣ୍ଡରେ କଡ଼ା ଟକ୍କର: ଆଗ-ପଛ ହେଉଛନ୍ତି ଇଣ୍ଡିଆ-ଏନ୍‌ଡିଏ ମେଣ୍ଟ

ରାଞ୍ଚି,୨୩।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍‌ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।...

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri