Categories: ଜାତୀୟ

ଦିଲ୍ଲୀରେ ଘନ ଧୂଆଁ ଚାଦର: ୩୨ ବିମାନର ଗତିପଥରେ ପରିବର୍ତ୍ତନ

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଘନ ଧୂଆଁ ଚାଦର ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ରବିବାର ଦିଲ୍ଲୀ ଅଭିମୁଖେ ଆସୁଥିବା ୩୨ଟି ବିମାନକୁ ଅବତରଣ ପାଇଁ ବାରଣ କରାଯାଇଛି। ଘନ ଧୂଆଁ ଯୋଗୁ ରନ୍‌ଓ୍ବେ ନ ଦେଖାଯିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ବିମାନଗୁଡ଼ିକ ଜୟପୁର, ଲକ୍ଷ୍ନୌ ଏବଂ ଅମୃତସରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀମାନେ ହଇରାଣ ହରକତ ହୋଇଥିବା କୁହାଯାଉଛି।

Share