Categories: ଜାତୀୟ

ଦିଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀର ଜାଫ୍‌ରାବାଦ ନିକଟରେ ରବିବାର ନାଗରିକତ୍ୱ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ମୌଜପୁରରେ ପରସ୍ପରକୁ ଢେଲାମାଡ଼ କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସୀଲମପୁର ସହ ମୌଜପୁର ଓ ଯମୁନା ବିହାରକୁ ସଂଯୋଗ କରୁଥିବା ଜାଫ୍‌ରାବାଦ ମେଟ୍ରୋ ଷ୍ଟେଶନ ପାଖ ରାସ୍ତାକୁ ସିଏଏ ବିରୋଧୀ ବିକ୍ଷୋଭକାରୀମାନେ ଅବରୋଧ କରି ରଖିଥିବାରୁ ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲା।

Share