Categories: ଜାତୀୟ

ଦିଲ୍ଲୀରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ମୋଦି, ସୋନିଆଙ୍କୁ କରିବେ ସାକ୍ଷାତକାର

ନୂଆଦିଲ୍ଲାୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବେସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନମୂଳକ ସାକ୍ଷାତକାର କରିବେ। ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀ ସଫଦରଜଙ୍ଗ ଲେନ୍‌-୧୫ରେ ଥିବା ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କ ସରକାରୀ ବାସଭବନରେ ଉଦ୍ଧବ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବେ। ଏନେଇ ସଞ୍ଜୟ ରାଉତ ଟୁଇଟ କରି ସୂଚନା ଦେଇଛନ୍ତି। ଏହାପରେ ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଭାଜପାର ବରିଷ୍ଠ ନେତାଙ୍କୁ ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ।

Share