Categories: ଜାତୀୟ

ଦିଲ୍ଲୀରେ ପିଆଜ ଦର ଆକାଶଛୁଆଁ: କିଲୋ ପ୍ରତି ଦର୧୫୦ଟଙ୍କା

ନୂଆଦିଲ୍ଲୀ,୧୭।୧୨: ନିକଟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ ପିଆଜ ଦର ପୁଣି ଆକାଶଛୁଆଁ ହୋଇଛି। କାରଣ ବର୍ଷା ଯୋଗୁ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର ପିଆଜ ପହଞ୍ଚିପାରିନାହିଁ। ଫଳରେ ଦିନକୁ ଦିନ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜଧାନୀରେ ଖୁଚୁରାରେ ପିଆଜ ଦର କିଲୋ ପ୍ରତି ୧୫୦ ଟଙ୍କା ହୋଇଥିବା ଜଣାପଡ଼ିଛି। ଏହାର ମୂଲ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ସେହିପରି ଦିଲ୍ଲୀର ଆଜାଦପୁର ବଜାରରେ ପିଆଜର ଦର କିଲୋ ପ୍ରତି ୧୧୨ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଏବେ ପର୍ଯ୍ୟନ୍ତର ସବୁଠାରୁ ବର୍ଦ୍ଧିତ ଦର ବୋଲି କୁହାଯାଉଛି। ଅପରପକ୍ଷେ ଯଦି ଆଫଗାନିସ୍ତାନରୁ ପିଆଜ ଆମଦାନୀ ହୋଇ ନ ଥାନ୍ତା ତେବେ ଦିଲ୍ଲୀରେ ପିଆଜ ଦର ଆଜି ୨୦୦ଟଙ୍କାକୁ ଛୁଇଁଥାନ୍ତା ବୋଲି ଆଜାଦପୁର ଏଗ୍ରିକଲ୍‌ଚର୍‌ କମିଟିର ଜଣେ ଅଧିକାରୀ କହିଛନ୍ତି।

Share