Categories: ଜାତୀୟ

ଦିଲ୍ଲୀରେ ପ୍ରଥମ ତିନି ତଲାକ୍‌ ମାମଲା

ନୂଆଦିଲ୍ଲୀ,୧୧ା୮(ପି.ଟି.): ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ତିନି ତଲାକ୍‌ ଆଇନ ପ୍ରଣୟନ ହେବା ପରେ ଦିଲ୍ଲୀରେ ଏହା ପ୍ରଥମ ମାମଲା। ଜୁନ୍‌ ୨୩ରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ତିନି ଥର ତଲାକ୍‌ କହିବା ସହ ହ୍ବାଟ୍ସଆପ୍‌ରେ ଫତଓ୍ବା ପଠାଇଥିଲେ ବୋଲି ଦିଲ୍ଲୀ (ଉତ୍ତର) ଡିସିପି ନୁପୂର ପ୍ରସାଦ କହିଛନ୍ତି। ମୁସଲମାନ ମହିଳା (ବିବାହ ଅଧିକାରୀ ସୁରକ୍ଷା) ଅଧିନିୟମ, ୨୦୧୯ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଗଷ୍ଟ ୧ରେ ପାର୍ଲାମେଣ୍ଟରେ ଉକ୍ତ ବିଲ୍‌ ଗୃହୀତ ହୋଇଥିଲା।

Share