Categories: ଜାତୀୟ

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର ସକାଳେ ଲୋକେ ନିଃଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଲେ। କାରଣ ଏଠାରେ ପ୍ରଦୂଷଣ ସ୍ତର ୩୦୬ରୁ ୩୫୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବିଶେଷ କରି ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ଅତ୍ୟଧିକ ବୃଦ୍ଧି ପାଇଥିବା କୁହାଯାଉଛି। ହେଲେ ମୁମ୍ବାଇରେ ବାୟୁ ପ୍ରଦୂଷଣ କମ୍‌ ଥିବା ଦେଖାଯାଇଥିଲା।

Share