ଦିଲ୍ଲୀରେ ବସିବ ଜେଜେପିର ବୈଠକ

ନୂଆଦିଲ୍ଲୀ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଏବେ କିଏ ସରକାର ଗଢିବ ତା’ ଉପରେ ସମସ୍ତଙ୍କ ନଜର। କାରଣ ଏଠି କାହାକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବାରୁ ଏବେ କେନ୍ଦ୍ର ଶାସିତ ଭାଜପା ଓ ବିରୋଧୀ କଂଗ୍ରେସର ନଜର ଜନନାୟକ ଜନତା ପାର୍ଟି(ଜେଜେପି) ଓ ସ୍ବାଧିନ ପ୍ରାର୍ଥୀଙ୍କ ଉପରେ। ଏବେ ଜେଜେପି କାହାକୁ ସମର୍ଥନ କରିବ ତାହା ମଧ୍ୟ ବଡ ପ୍ରଶ୍ନ। କାରଣ ଉଭୟ ପଟୁ ଜେଜେପିକୁ ନିମନ୍ତ୍ରଣ ମିଳିଥିବା ବେଳେ ତାହା ନିର୍ଭର କରୁଛନ୍ତି ଦଳ ମୁଖିଆ ଦୁଷ୍ୟନ୍ତ ଚୌତାଲାଙ୍କ ଉପରେ। ଦଳ ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ବିଧାୟକମାନଙ୍କ ସହ ଚୌତାଲା ବିଜୟର ଖୁସି ମନାଇଥିବା ବେଳେ ଦିଲ୍ଲୀରେ ଶୁକ୍ରବାର ଦଳର ଜାତୀୟ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏହାପରେ ହୁଏତ ଜେଜେପି କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇପାରେ।

Share