Categories: ଜାତୀୟ

ଦିଲ୍ଲୀରେ ‘ବାର୍ଡ ଫ୍ଲୁ’: ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ

ନୂଆଦିଲ୍ଲୀ,୧୧।୧: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ପରୀକ୍ଷା ପରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା ଜଣାପବା ପରେ ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ କରାଯାଇଛି। ତେଣୁ ସତର୍କତାମୂଳକ ସ୍ବରୂପ, ସୋମବାର ସକାଳୁ ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ ହୋଇଛି। ଏପରି କି ସମ୍ପୃକ୍ତ ଅଞ୍ଚଳକୁ ଆଲର୍ଟ ଜୋନ ଘୋଷଣା କରାଯାଇଛି।
ମୟୂର ବିହାର ଫେଜ ୩ରୁ ୪ଟି ଏବଂ ସଞ୍ଜୟ ହ୍ରଦରୁ ୩ଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ‘ଏଭିଏନ ଇନ୍‌ଫ୍ଲୁଏଞ୍ଜା’ ପଜିଟିଭ ଆସିଥିବା କଥା ପ୍ରାଣୀପାଳନ ବିଭାଗ ୟୁନିଟର ଜଣେ ଡାକ୍ତର କହିଛନ୍ତି। ଏପରି କି ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକି ଅଛି ବୋଲି ଡାକ୍ତର ଜଣକ କହିଛନ୍ତି।

Share