ଦିଲ୍ଲୀରେ ବିଏସ୍‌ଏଫ୍‌ ଯବାନଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ନେଉନି। ଏହା କବଳରୁ ଆଗଧାଡ଼ିର ଥିବା ଯୋଦ୍ଧାମାନେ ମଧ୍ୟ ବର୍ତ୍ତିପାରୁନାହାନ୍ତି। ଇତିମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମଣ ଜନିତ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ବୁଧବାର ମୃତ୍ୟୁ ହୋଇଛି। ଏହାକୁ ମିଶାଇ କରୋନାରେ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ସୂଚନାଯୋଗ୍ୟ, ପୀଡ଼ିତ ବିଏସ୍‌ଏଫ୍‌ ଯବାନଙ୍କୁ କିଛି ଦିନ ତଳେ ଦୁର୍ବଳ ଲାଗିବା ସହ କାଶ ହୋଇଥିଲା। ଏହାପରେ ଜୁନ ୫ରେ ତାଙ୍କର ଯାଞ୍ଚ କରାଯାଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Share