Categories: ଜାତୀୟ

ଦିଲ୍ଲୀରେ ବିଏସ୍‌ପି ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜିବେ ମାୟାବତୀ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ଜନତାଙ୍କ ସହ ନିକଟତର କରିବା ଏବଂ ନିର୍ବାଚନ ଜିତାଇବା ପାଇଁ ବିଭିନ୍ନ ଦଳର ମୁଖ୍ୟ କସରତ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ମୁଖ୍ୟ ମାୟାବତୀ ଦଳର ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ହୋଇଛନ୍ତି। ଏହି ପ୍ରଚାର ପାଇଁ ୩ଟି ରାଲିର ଆୟୋଜନ କରାଯିବ। ମାୟାବତୀଙ୍କ ପ୍ରଥମ ରାଲି ଫେବୃୟାରୀ ୩ରେ ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମ୍‌ରେ ଆୟୋଜିତ ହେବ। ତେବେ ରାଲି ପାଇଁ ଆଉ ୨ଟିର ସ୍ଥାନ ଏବେ ଯାଏ ଚିହ୍ନଟ କରାଯାଇନାହିଁ। ସୂଚନା ମୁତାବକ ଗତ ସପ୍ତାହରେ ବିଏସ୍‌ପି ପକ୍ଷରୁ ୪୨ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଥିଲା। ସେହିଦିନଠାରୁ ମାୟାବତୀଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ଲାଗୁ କରାଯାଉଛି।

Share